ବଣିର କଥା

ଚାଲ ଗାଁକୁ ଯିବା

ମଇନା କଥା କ’ଣ କହିବ, ତା’ ବିଷୟରେ ଯେତେ କହିଲେ ବି ସରିବ ନାହିଁ l ଦିନେ ବାପା ସକାଳୁ ଅଫିସ ଗଲାବେଳେ ଗୋଟିଏ ଶୁଖୁଆବାଲାକୁ ଭେଟିଲେ, ସେହି ଲୋକଟି ତା’ ଟୋକେଇରେ ବଣି ଚଢେଇଟିକୁ ବାନ୍ଧି ନେଉଥାଏ l ବାପାଙ୍କ ନଜର ତା’ ଉପରେ ପଡ଼ିବାକ୍ଷଣି ତାକୁ ଦଶ ଟଙ୍କାରେ କିଣି ଆଣି ଘରେ ପଞ୍ଜୁରୀରେ ରଖିଲେ l ବେଶ କିଛିଦିନି ଗଲା ସେ ଖାଇପିଇ ପଞ୍ଜୁରୀ ଭିତରେ ରହିଲା l

ଦିନେ ବାପା ତାକୁ କଥା ଶିଖେଇବାକୁ ଚେଷ୍ଟା କଲେ, ମିଛି ମିଛିକା ବଣିର ଆଢୁଆଳରେ ରହି “ପଡ଼ିଗଲି । ମରିଗଲି । ମୋତେ ରକ୍ଷା କର”, ଏମିତି ବାରମ୍ବାର କହିବାକୁ ଲାଗିଲେ । ବାପାଙ୍କ କଥା ଶୁଣି ବଣି ଜବାବ ଦେଲା- “କ’ଣ ହେଲା, କ’ଣ ହେଲା ?”…