ଅଜଣା ନଈ

ଚାଲ ଗାଁକୁ ଯିବା

ଆଜିର ସମାଜରେ ସମୁଦ୍ରର ସ୍ରୋତ ପରି ପ୍ରଶଂସା ପିପାସୁ ଓ କ୍ଷମତାଲିପ୍‌ସୁ ମଣିଷର ଅରଣ୍ୟ । ସମାଜସେବା, ସାହିତ୍ୟିକତା, ଅଭିନୟ, ସଙ୍ଗୀତ, କ୍ରୀଡ଼ା, ଅସାଧାରଣ ବୈଜ୍ଞାନିକ କୌଶଳ, ଆଭିଜାତ୍ୟ ରାଜନୀତି କିମ୍ବା ପ୍ରଶାସନିକ କ୍ଷମତା ମାଧ୍ୟମରେ ସମାଜରେ ପରିଚିତ ହେବାକୁ ପ୍ରୟାସୀ ଆଜିର ମଣିଷ! ସେମାନଙ୍କ ଭିତରୁ ଇନ୍ଦ୍ରଜିତ୍ ଜଣେ ।

ବିବାହପରେ ବେକାରୀ ସମସ୍ୟାର ମୁକାବିଲା ପାଇଁ ସେ ବିଭିନ୍ନ ବେସରକାରୀ ସଂସ୍ଥାରେ କାମ କରିଛି । କିନ୍ତୁ ମାଲିକ ମାନଙ୍କର ଦୌରାତ୍ମ୍ୟ, ତାତ୍ସଲ୍ୟ ଓ ଅସଦ୍‌ବ୍ୟବହାର ସହ୍ୟ କରି ନ ପାରି ସବୁ କାମ ଛାଡ଼ି ଦେଇଛି । । ଶେଷରେ ଦରଜୀ କାମରୁ ମିତା ଯାହା କମାଏ, ସେଥିରେ ହିଁ ଘର ଭଡ଼ା ସହ ଦୁଇ ପ୍ରାଣୀକୁ ଚଳିବାକୁ ପଡ଼େ ।…